ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୧୯୩୬ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୧୯୩୬ର ଓଡ଼ିଆ କଥାଚିତ୍ର. Show all posts

ସୀତା ବିବାହ (Sita Bibaha)

1st Odia Film SIta Bibaha
Photo Souce: Tarani Nayak

ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର "ସୀତା ବିବାହ"
ନିର୍ଦ୍ଦେଶକ: ମୋହନ ସୁନ୍ଦର ଦେବ ଗୋସ୍ଵାମୀ
ପ୍ରଯୋଜକ: ମୋହନ ସୁନ୍ଦର ଦେବ ଗୋସ୍ଵାମୀ
ସଂଳାପ: ଅଦ୍ୱେତ ମହାନ୍ତି
କାହାଣୀ: ସୀତାଙ୍କର ସ୍ୱୟମ୍ୱର ଉପରେ ଆଧାରିତ (ନାଟକ ଲେଖକ: କାମପାଳ ମିଶ୍ର)
କଳାକାର: ମାଖନଲାଲ ବାନାର୍ଜୀ, ପ୍ରଭାବତୀ ଦେବୀ, ଅଦ୍ଵୈତ ଚରଣ ମହାନ୍ତି
ସଙ୍ଗୀତ: ହରିଚରଣ ମହାନ୍ତି
ଗୀତ: ମୋହ‌ନ ସୁନ୍ଦର ଦେବ ଗୋସ୍ୱାମୀ, ନରସିଂହ ନନ୍ଦ ଶର୍ମା
ଚିତ୍ରଗ୍ରହଣ: ନାନିଗୋପାଳ ସୟାଁଳ
ମୁକ୍ତିଲାଭ ତାରିଖ:
୨୮ ଅପ୍ରେଲ ୧୯୩୬
କଥାଚିତ୍ରର ସମୟ:
୨ଘଣ୍ଟା ୩୦ମିନଟ
ଖର୍ଚ୍ଚ: ୨୯ ହଜାର ୭୮୧ ଟଙ୍କା ୧୦ ଅଣା
 

ଅଭିନୟ

  • ମାଖନଲାଲ ବାନାର୍ଜୀ
  • ପ୍ରଭାବତୀ ଦେବୀ
  • ଅଦ୍ଵୈତ ଚରଣ ମହାନ୍ତି
  • ମୋହନ ସୁନ୍ଦର ଦେବ ଗୋସ୍ଵାମୀ
  • ନରସିଂହ ନନ୍ଦ ଶର୍ମା
  • କୃଷ୍ଣଚନ୍ଦ୍ର ସିଂହ
  • ବୁଦ୍ଧିମତୀ
  • ରାଧାରାଣୀ
  • ଲକ୍ଷ୍ମୀପ୍ରିୟା
  • ରାମଚନ୍ଦ୍ର ଲାଲ

ଗୀତ

1. ଏହି ଯେ ଆଶ୍ରମ ଦେଖୁଛୁ ଶ୍ରୀ ରାମ
2. କାହିଁକି ଗୋ ପ୍ରିୟ ସଖୀ
3. ଦେବଙ୍କ ତାରଣେ ଦନୁଜ ମରଣେ
4. ଅପୂର୍ବ କୁମାରୀ ତ୍ରିପୁର ସୁନ୍ଦରୀ
5. କାଲି ଦେଖିଥିଲି ମଧୁର ଚାଲିକି


ମନ୍ତବ୍ୟ

ସୀତା ବିବାହ ପ୍ରଥମ ଓଡ଼ିଆ କଥାଚିତ୍ର । ୧୯୩୬ ମସିହା ଅପ୍ରେଲ ୨୮ତାରିଖରେ ପୁରୀର ଲକ୍ଷ୍ମୀ ପ୍ରେକ୍ଷାଳୟରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି କଳାଧଳା ଚଳଚ୍ଚିତ୍ର ଥିଲା । ପୂର୍ବେ ଅନ୍ୟ ଭାଷାରେ ନିର୍ବାକ (ଶବ୍ଦ ନ ଥିବା ଚଳଚ୍ଚିତ୍ର) ଚଳଚ୍ଚିତ୍ରମାନେ ନିର୍ମାଣ ହେଉଥିଲା, ମାତ୍ର ଆମ ଭାଷାରେ ନିର୍ବାକ ଚଳଚ୍ଚିତ୍ର ନିର୍ମିତ ହୋଇ ନ ଥିଲା । ଏହି ଚଳଚ୍ଚିତ୍ର ସିଧାସଳଖ ଧ୍ୱନି ସ‌ହ ନିର୍ମିତ ହୋଇଥିଲା ।

କଥାଚିତ୍ରରେ ଚଉଦଟି ଗୀତ ଥିଲା ଓ ସେଗୁଡ଼ିକୁ ଅଭିନୟ କରିଥିବା କଳାକାର ମାନେ ହିଁ ଗାୟନ କରିଥିଲେ । ଏଥିରେ ଥିବା ୧୨ଟି ଗୀତକୁ ମୋହନ ସୁନ୍ଦର ରଚନା କରିଥିଲେ । ରାମ ଓ ସୀତାଙ୍କ ବିବାହ ଉପରେ ଆଧାରିତ ଏହା ୧୨ରିଲ ବିଶିଷ୍ଟ ଥିଲା । କଲିକତାରେ ପ୍ରଦର୍ଶନ କରିବାକୁ ନେବା ଅବସରରେ ଅଗ୍ନିକାଣ୍ଡ ଯୋଗୁଁ ଏହାର ସମସ୍ତ ରିଲ ପୋଡ଼ି ନଷ୍ଟ ହେଇଯାଇଥିଲା ।

୧୯୩୫ ମସିହା ପ୍ରଥମ ଭାଗରେ ପୁରୀଠାରେ କଳାକାରମାନେ ଅଭ୍ୟାସ ଆରମ୍ଭ କରିଥିଲେ । ସେହିବର୍ଷ ଜୁଲାଇ ୨୯ରେ ମୋହନ ସୁନ୍ଦର ସମସ୍ତଙ୍କୁ ଧରି କଲିକତା ଯାତ୍ରା କରିଥିଲେ । ସେପ୍ଟେମ୍ବର ୧୯ରେ କଲିକତାଠାରେ ଚିତ୍ର ଗ୍ରହଣ ଆରମ୍ଭ ହୋଇଥିଲା । ୨୩ ମାର୍ଚ୍ଚ ୧୯୩୬ରେ ନିର୍ମାଣ ଶେଷ ହୋଇଥିଲା । ମାସକ ପରେ ଦର୍ଶକ ଏହାକୁ ଦେଖିବାକୁ ପାଇଥିଲେ । ଚଳଚ୍ଚିତ୍ରଟିରେ ସମୁଦାୟ ଖର୍ଚ୍ଚ ହୋଇଥିଲା ୨୯ ହଜାର ୭୮୧ ଟଙ୍କା ୧୦ ଅଣା । ମୋହନ ସୁନ୍ଦର ଦେବ ଗୋସ୍ଵାମୀ ନିଜ ଘର ବନ୍ଧକ ରଖି ଏହି ଅର୍ଥ ଯୋଗାଡ କରିଥିଲେ ।

ମାଖନଲାଲ ବାନାର୍ଜୀ, ରାମ ଚରିତ୍ରରେ ଅଭିନୟ କରିବା ପାଇଁ ୧୨୦ ଟଙ୍କା, ଲକ୍ଷ୍ମଣ ଚରିତ୍ରରେ ଅଭିନୟ କରିଥିବା ଆଦିତ୍ୟ ବଲ୍ଲଭ ମହାନ୍ତି ଯିବା ଆସିବା ଖର୍ଚ୍ଚ ପାଇଁ ୩୫ଟଙ୍କା ଓ ପ୍ରଭାବତୀ ଦେବୀ ସୀତା ଚରିତ୍ରରେ ଅଭିନୟ କରିବା ପାଇଁ ୧୫୦ଟଙ୍କା ପାରିଶ୍ରମିକ ଗ୍ରହଣ କରିଥିଲେ ।
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର